ପିକଅପ ଭ୍ୟାନ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ ; ୩ ମୃତ

୩୫ରୁ ଅଧିକ ଗୋରୁ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଲେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ବସ୍ତାରେ ଗୁରୁବାର ଗୋରୁ ବୋଝେଇ ଟ୍ରକ-ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକଅପ ଭ୍ୟାନ ସହ ଧକ୍କା ପରେ ଗୋରୁ ବୋଝେଇ ଟ୍ରକ ଓଲଟି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକେ ଟ୍ରକ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହାସହ ୩୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି।
ସୂଚନା ଯୋଗ୍ୟ ; ଗୋରୁ ବୋଝେଇ ଟ୍ରକ-ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଭାରସାମ୍ୟ ହରାଇ ଟ୍ରକଟି ନୟନଯୋଡିକୁ ଖସି ପଡିଥିଲା। ଘଟଣାସ୍ଥଳରେ ଚାପା ଉତ୍ତେଜନା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ବସ୍ତା ପୁଲିସ  ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଦୁର୍ଘଟଣାରେ ୩୫ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଟ୍ରକ ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି । ୧୦୦ରୁ ଅଧିକ ଗୋରୁ ଗୁରୁତର ହୋଇଛନ୍ତି।

Comments are closed.