ମାତ୍ର ଟଙ୍କାଏ ପାଇଁ ହତ୍ୟାକାଣ୍ଡ, ସ୍ଥାନୀୟଲୋକଙ୍କ ରାସ୍ତାରୋକ

ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ସାର୍ଥା ବଜାରରେ ୧ ଟଙ୍କାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ସିଗାରେଟ କିଣାକୁ ନେଇ ଏହି ହତ୍ୟାକାରଣ୍ଡ ହୋଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡକୁ କେନ୍ଦ୍ର କରି ସ୍ଥାନୀୟଲୋକେ ଗୁରୁବାର ରାସ୍ତାରୋକ କରିଛନ୍ତି। ମୃତକ ହେଲେ ସୁବାଷ ପାତ୍ର (୩୩) ।
ସୂଚନା ଯୋଗ୍ୟ, ସାର୍ଥା ବଜାରରେ ଥିବା ସୁବାଷଙ୍କ ଭାଇଙ୍କ ପାନ ଦୋକାନକୁ ବୁଧବାର ସନ୍ଧ୍ୟାରେ ୪ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ସିଗାରେଟ ମାଗିଥିଲେ। ମାତ୍ର ସେ ଦୋକାନୀ ଜଣଙ୍କ ସିଗାରେଟ ମୂଲ୍ୟ ୭ଟଙ୍କା କହିବାରୁ ଉକ୍ତ ୪ ଯୁବକ ୬ ଟଙ୍କା କହି ଯୁକ୍ତି କରିଥିଲେ। ଏହାପରେ ଦୋକାନୀ ଜଣଙ୍କ ନିଜ ଭାଇ ସୁବାଷଙ୍କ ଘଟଣାସ୍ଥଳକୁ ଡ଼ାକିବା ପରେ ସୁବାଷ ଓ ତାଙ୍କ ଭାଇଙ୍କ ସହ ୪ ଯୁବକଙ୍କ ଝଗଡ଼ା ଓ ପାଟିତୁଣ୍ଡ ହୋଇଥିଲା। ଯୁବକମାନେ ଠେଙ୍ଗା ଓ ବାଡ଼ିରେ ସୁବାଷଙ୍କୁ ପିଟିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।  ଚିତ୍କାର ଶୁଣି ସ୍ଥାନୀୟଲୋକେ ଆସି ଉକ୍ତ ଯୁବକଙ୍କୁ ମାଡ଼ ମାରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଖସି ପଳାଇଥିବା ବେଳେ ଅନ୍ୟ ୨ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

Comments are closed.