ଆଡପ ମଣ୍ଡପରେ ବିଜେ ଅଟ୍ଟାଳି ଜଗନ୍ନାଥ

ଆଠଗଡ଼: ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥିବା ଆଠଗଡ଼ର ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଶୁକ୍ରବାର ଆଡପ ମଣ୍ଡପରେ ବିଜେ ହୋଇଛନ୍ତି। ଶୁ୍‍କ୍ରବାର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଥିଲା। ଶନିବାର ସକାଳେ ରଥ ଉପରେ ସକାଳଧୂପ ଲାଗି ହେବା ଘଣ୍ଟ, ଘଣ୍ଟା, କାହାଳି ବଜାଇ ସଂକୀର୍ତ୍ତନ ପରିବେଷଣ ସହ ଗୋଟି ପହଣ୍ଡିରେ ସେବାୟତମାନେ ଆଣି ଜନ୍ମବେଦିରେ ଅଟ୍ଟାଳି ଜଗନ୍ନାଥଙ୍କୁ ବିଜେ କରାଇଥିଲେ। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଆଡପ ମଣ୍ଡପରେ ଶ୍ରୀ ଜୀଉଙ୍କୁ ମାଘସ୍ନାନ କରାଇବା ପରେ ଶଙ୍କୁଡିଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ଜଗନ୍ନାଥଙ୍କ ବେଶ ପରେ ସନ୍ଧ୍ୟାଆଳତି ନୀତି ସଂପନ୍ନ କରାଯିବା ପରେ ଶତାଧିକ ଶ୍ରଦ୍ଧାଳୁ ଶ୍ରୀ ଜୀଉଙ୍କ ଦର୍ଶନ କରିଥିଲେ। ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ ପଣ୍ଡା ଓ ଅନ୍ୟ ସେବାୟତ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.