ଇନରହ୍ୱିଲ କ୍ଲବ ଦ୍ୱାରା ଡାକ୍ତର ଭାଗୀରଥି ପରିଡ଼ା ସମ୍ବର୍ଦ୍ଧିତ

ଆଠଗଡ଼: ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ ଶୁକ୍ରବାର ଆଠଗଡ଼ ଇନରହ୍ୱିଲ କ୍ଲବ ପକ୍ଷରୁ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ବିଶିଷ୍ଟ ଶଲ୍ୟ ବିଶେଷଜ୍ଞ ଡାକ୍ତର ଭାଗୀରଥି ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବର ସଭାନେତ୍ରୀ ପୁଲିନ ମିଶ୍ର ଏହି ଅବସରରେ ଉଦ୍‍ବୋଧନ ଦେଇ ଚିକିତ୍ସକମାନେ ହେଉଛନ୍ତି ଭଗବାନ ସ୍ୱରୂପ ଏବଂସେମାନଙ୍କ ନୀରବଚ୍ଛିନ୍ନ ସେବା ଦ୍ୱାରା ବହୁ ମୁମୂର୍ଷ ରୋଗୀଙ୍କ ଜୀବନ ରକ୍ଷା ହୋଇପାରୁଛି ବୋଲି ମତବ୍ୟକ୍ତ କରିଥିଲେ। କ୍ଲବର ପୂର୍ବତନ ସଭାପତି କଳ୍ପଲତା ଦାଶ, ନିରଜ ନଳିନୀ ବେହେରା, ସିସିସି ମଞ୍ଜୁଳତା ମହାଳିକ, ସଭ୍ୟା ସ୍ୱପ୍ନା ବେହେରା ପ୍ରମୁଖ ଡାକ୍ତର ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଡାକ୍ତର ପରିଡ଼ା ଓ ତାଙ୍କ ସହଧର୍ମିଣୀ ନିରୂପମା ପରିଡ଼ାଙ୍କୁ କ୍ଲବ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ସଂପାଦିକା ରାଜେଶ୍ୱର ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥଲେ।

Comments are closed.