ଯୁବ ସଂଗଠକ ଅଭୟ ବାରିକଙ୍କ ଦ୍ୱାରା ଚାରା ବଣ୍ଟନ

ଆଠଗ: ଆଠଗଡର ବିଜେଡି ଯୁବ ସଂଗଠକ ଅଭୟ କୁମାର ବାରିକ ମଧ୍ୟ ଏକ ନିଆରା ଢଙ୍ଗରେ ନୂଆବର୍ଷ ପାଳିଛନ୍ତି। ପରିବେଶର ସନ୍ତୁଳନ ରକ୍ଷା ଲାଗି ଲୋକମାନଙ୍କୁ ବିଭିନ୍ନ କିସମର ବହୁ ଫଳ ଚାରା ବଣ୍ଟନ କରିଥିଲେ ଅଭୟ। ଚାନ୍ଦବାଲିଛକଠାରେ ଶତାଧିକ ଲୋକଙ୍କୁ ଶ୍ରୀ ବାରିକ ଗୋଲାପ ଫୁଲ, କ୍ୟାଲେଣ୍ଡର ଓ ଚକୋଲେଟ ଦେବା ସହ ସେମାନଙ୍କୁ ଫଳଗଛ ଚାରା ବଣ୍ଟନ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ସରୋଜ ଦାସ, ପ୍ରଶାନ୍ତ ବେହେରା, ଅଭୟ ନାୟକ, ତାପସ ରାଉତ ପ୍ରମୁଖଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଅଭୟଙ୍କୁ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.