ହନ୍ଦୱାରାରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ

ଜମ୍ମୁ : ଜମ୍ମୁ-କଶ୍ମୀରର ହନ୍ଦୱାରାର ବାଦର ରାଜବାରର ଅଞ୍ଚଳରୁ ହନ୍ଦୱାରା ପୁଲିସ ଓ ସିଆପିଏଫର ୯୨ ବାଟାଲିୟନ ଯବାନଙ୍କ ଦ୍ୱାରା ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ ହୋଇଛି। ତଲାସୀ ଅଭିଯାନ ଦ୍ୱାରା ରାଜବାରର ଅଞ୍ଚଳରେ ଥିବା କ୍ଷେତରୁ ଏହି ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ ହୋଇଛି। ଏହି ଘଟଣାରେ ପୁଲିସ ହନ୍ଦୱାରା ଥାନାରେ ସମ୍ବନ୍ଧିତ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଏହାସହ ମିଳିଥିବା ସାମଗ୍ରୀକୁ ପୁଲିସ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments
Loading...