ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ ଉଦଘାଟିତ

ଭୁବନେଶ୍ୱର : ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ,ଜବାହରଲାଲ ନେହେରୁ ମହାବିଦ୍ୟାଳୟ , କୁଆଁପାଳ ଓ “ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଓଡ଼ିଶା” ପକ୍ଷରୁ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ଆନ୍ତର୍ଜାତିୟ ସମ୍ପାନ (ୱେବିନାର) ଉଦଘାଟିତ ହୋଇଯାଇଛି।
ଗୂଗଲ ମିଟ ପ୍ଲାଟଫୋର୍ମରେ ଆୟୋଜିତ ଏହି ୱେବିନାରକୁ ସମ୍ବାଦର ସମ୍ପାଦକ ତଥା ବିଧାୟକ ଖଣ୍ଡପଡା ସୌମ୍ୟରଂଜନ ପଟ୍ଟନାୟକ ଉଦଘାଟିତ କରି ସ୍ବର୍ଗତ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ ।
ପ୍ରାରମ୍ଭିକ ଜୀବନରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସ୍ବର୍ଗତ ଗୁରୁଙ୍କ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିବା ସହିତ ଓଡ଼ିଶାକୁ ତାଙ୍କ ଅବଦାନ ସମ୍ବନ୍ଧରେ ଅବଗତ କରାଇଥିଲେ । ଅନ୍ୟ ପକ୍ଷରେ ବିଶିଷ୍ଟ ସାମ୍ବାଦିକ ଓ ଶିକ୍ଷାବିତ ଗୌରହରି ଦାସ ମୁଖ୍ୟ ବକ୍ତା ଭାବରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ବର୍ଗତ ଗୁରୁଙ୍କ ସାମ୍ବାଦିକତା ପ୍ରତି ଅବଦାନ , ଓ ଦୃଶ୍ୟପଟକୁ ଅତି ନିଖୁଣ ଭାବରେ ଆଲୋଚନା କରିଥିଲେ , ଏଥିସହିତ କୋବିଡ଼ ୧୯  ଓ ସମସାମୟିକ ବିଶ୍ୱର ଏକ ଚିତାକର୍ଷକ ଚିତ୍ର ପ୍ରଦାନ କରିଥିଲେ । କାର୍ଡ ନିର୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଗୁରୁଙ୍କ ବ୍ୟକ୍ତିତ୍ବ ,ବିଷୟ ଓ ୱେବିନାର ର ଗୁରୁତ୍ୱପୂର୍ଣ୍ଣତା ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ଜବାହରଲାଲ ନେହେରୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ଆଗକୁ ନେଇ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସଂଯୋଜକ ରୁଦ୍ରନାରାୟଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଶୁଭମ ଦାସ (ସହ ଆବାହକ) ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।
ୱେବିନାର ର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଅପରାର୍ହଁ ୩ଟା୩୦ରେ ଆରମ୍ଭ ହୋଇଥିଲା । ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନଙ୍କ ସ୍ୱାଗତ ଭାଷଣ ଓ ମିସ ପାୟଲ ଅଗ୍ରୱାଲଙ୍କ ଅତିଥି ପରିଚୟ ପ୍ରଦାନ ପରେ ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପ୍ରଫେସର ପ୍ରୋଜିତ କୁମାର ପାଲିତ ବକ୍ତା ଭାବରେ ଯୋଗଦେଇ
” Tribal Movement in North-East India : Local Participation and Resistance” ଶିର୍ଷକ ବିଷୟରେ ନିଜର ସାରଗର୍ଭକ ମତ ଉପସ୍ଥାପିତ କରିଥିଲେ ।
ପରବର୍ତ୍ତୀ ବକ୍ତା ଭାବରେ , ରାମକୃଷ୍ଣ ବେଦାନ୍ତ ସେଣ୍ଟର ର ଆଧ୍ୟାତ୍ମିକ ନିର୍ଦେଶକ , ସ୍ୱାମୀ ଦେବପ୍ରିୟନନ୍ଦ ସୁଦୂର ଲୁସକା , ଜାମ୍ବିଆ ରୁ କାର୍ଯ୍ୟକ୍ରମ ରେ ଯୋଡ଼ି ହୋଇ ” Young Mind and new Imagination for aspiring India ” ଶୀର୍ଷକ ବିଷୟରେ ନିଜର ଦର୍ଶନ ପ୍ରଦାନ କରିଥିଲେ । ପରିଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କୁ ଅଧ୍ୟାପକ ଶୁଭମ ଦାସ , ଓ ରୁଦ୍ର ନାରାୟଣ ଦାଶ ପରିଚାଳନା କରିଥିଲେ ଓ ଯୁଗ୍ମ ସଂଯୋଜିକା ମିସ ପାୟଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ପାନର ପରବର୍ତ୍ତୀ କାର୍ଯ୍ୟକ୍ରମ ଶନିବାର ଦିନ ୧୧ ଟା ରେ ଅନୁଷ୍ଠିତ ହୋଇଛି ।
ଏହି ସମ୍ପାନରେ ଓଡିଶା , ଭାରତ ଓ ଭାରତ ବାହାରର ପ୍ରତିଷ୍ଠିତ , ଶିକ୍ଷାବିତ ,ଭାଷାବିତ, ପ୍ରାଧ୍ୟାପକ , ଗବେଷକ , ସାମାଜିକ କର୍ମୀ , ଅଧ୍ୟାପକ , ସାମ୍ବାଦିକ, ଓ ରାଜନୀତି ସମୀକ୍ଷକ , ମାନେ ଯୋଗ ଦେଇ ବିଷୟ “INITIATIVE POLICY DIALOGUE 2020: COVID-19 AND LIFE PRACTICE BEYOND PANDEMIC” ଏହି କାର୍ଯ୍ୟକ୍ରମ ବା ୱେ ବି ନା ର
ଗୂଗଲ ମିଟ , ଓ ୟୁଟ୍ୟୁବ ମାଧ୍ୟମରେ ସିଧା ପ୍ରସାରଣ ହେବ ବୋଲି ସଂଯୋଜକ ରୁଦ୍ର ନାରାୟଣ ଦାଶ ସୂଚନା ଦେଇଛନ୍ତି ।

Comments are closed.