ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲା ଗୌଡ଼ଗୁଡ଼ା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟିଛି। ନିଜ ଦୁଇ ଛୁଆଙ୍କୁ ବିଷ ଦେଇ ମା’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୌଡ଼ଗୁଡ଼ା ଗ୍ରାମରେ ସୀତା ମାଡ଼କାମୀ ନାମକ ଜଣେ ବିଧବା ମହିଳା ନିଜେ ବିଷ ଖାଇବା ସହ ନିଜ ପୁଅ ଏବଂ ଝିଅକୁ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ତେବେ ମା’ ଏବଂ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଦେଖି ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ମା’ ସୀତା ମାଡ଼କାମୀଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପୁଅ ଓ ଝିଅଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ତେବେ କେଉଁ କାରଣରୁ ଏହି ଘଟଣା ଘଟିଛି ସେ ବିଷୟରେ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ।

Comments are closed.