ଜଳିଗଲା ଲିଚି ଓ ବିସ୍କୁଟ ବୋଝେଇ ଗାଡ଼ି

ଭଦ୍ରକ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ ଗୁରୁବାର ଲିଚି ଓ ବିସ୍କୁଟ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡ଼ିରେ ନିଆଁ ଲାଗିଯାଇଛି। ରାସ୍ତାରେ ଯାଉଥିବା ସମୟରେ ହଠାତ ଏହି ଗାଡ଼ି ବ୍ୟାଟେରୀରୁ ନିଆଁ ଲାଗି ସମସ୍ତ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଗାଡ଼ିର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।

Comments are closed.