‘ଫନି’ ପୀଡ଼ିତଙ୍କ ପାଇଁ ସହାୟତା ରାଶି ପ୍ରଦାନ କଲେ ଦୂତି ଚାନ୍ଦ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫନି’ ପୀଡ଼ିତଙ୍କ ପାଇଁ ଦୌଡ଼ରାଣୀ ଦୂତି ଚାନ୍ଦ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାପଡ଼ିଛି। ଦୂତି ଟଙ୍କା ସହାୟତା କରିବା ପରେ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରି ସମସ୍ତଙ୍କୁ ସାହାଯ୍ୟ ପାଇଁ  ନିବେଦନ କରିଛନ୍ତି। ରାଜ୍ୟକୁ ନୂତନ ଭାବେ ଗଢିବାକୁ ସମସ୍ତ ପ୍ରକାରର ଚେଷ୍ଟା କରିବା ପାଇଁ ମଧ୍ୟ ସେ କାମନା କରିଛନ୍ତି।

Comments are closed.