ଭାରତ-ଫ୍ରାନ୍ସ ମଧ୍ୟରେ ମିଳିତ ନୌ ସମରାଭ୍ୟାସ ଆରମ୍ଭ

ପାଣାଜୀ : ଭାରତ ଓ ଫ୍ରାନ୍ସ ମଧ୍ୟରେ ମିଳିତ ନୌ ସମରାଭ୍ୟାସ  ‘ଭରୁନା’ ଗୋଆ ତଟୀୟ ଆରବସାଗରରେ ଗୁରୁବାର ଆରମ୍ଭ ହୋଇଛି। ଭାରତୀୟ ଓ ଫ୍ରାନ୍ସ ନୌସେନାର ଏହି ମିଳିତ ସମରଭ୍ୟାସ ମେ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ଭାରତୀୟ ବିମାନବାହୀ ଜାହାଜ ଆଇଏନଏସ ବିକ୍ରମାଦିତ୍ୟ ଓ ଫ୍ରାନ୍ସର ବିମାନବାହୀ ଜାହାଜ ଚାର୍ଲସ ଦେ ଗଉଲେ ଏହି ସମରାଭ୍ୟାସରେ ସାମିଲ ହେବେ। ଏତଦ ବ୍ୟତୀତ ଆଉଏନଏସ ମୁମ୍ବଇ, ଟେଗ୍‍ କ୍ଲାସ ଫ୍ରାଇଗେଟ୍‍, ଆଇଏନଏସ ତରକ୍ସ, ଦ ଶିଶୁମାର-କ୍ଲାସ ସବ୍‍ମେରାଇନ, ଆଇଏନଏସ ଶଙ୍ଖୁଲ ଏବଂ ଦୀପକ-କ୍ଲାସ ଫ୍ଲିଟ ଟାଙ୍କର, ଆଇଏନଏସ ଦୀପକ ମଧ୍ୟ ଏହି ସମରଭ୍ୟାସରେ ସାମିଲ ହେବେ।
ସେହିପରି ଫ୍ରାନ୍ସର ଧ୍ୱଂସକାରୀ ଏଫଏନଏସ ଫୋରବିନ, ଏଫଏନଏସ ପ୍ରୋଭେନ୍ସ, ଦ ଫ୍ରାଇଗେଟ ଏଫଏନଏସ ଟ୍ରେଭିଲେ , ଦ ଟାଙ୍କର ଏଫଏନଏସ ମେରାଇନ ଏବଂ ନ୍ୟୁକ୍ଲିୟର ସବମେରାଇନ ମଧ୍ୟ ଏଥିରେ ଅଂଶୀଦାର ହେବେ। ଏହି ନୌ ସମରାଭ୍ୟାସରେ ଆଇଏନଏସ ବିକ୍ରମାଦିତ୍ୟ ପରି ରାଫେଲ ଜେଟ ମଧ୍ୟ ସାମିଲ ହେବେ।

Comments are closed.