ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ,୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ

ଭୁବନେଶ୍ୱର / ଜଗତସିଂହପୁର / ପୁରୀ : ଚତୁର୍ଥ ତଥା ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଭୋଟ ଗ୍ରହଣ ଚାଲିଛି। ରାଜ୍ୟରେ ୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଜଗତସିଂହପୁର ୩୭.୩୫ ପ୍ରତିଶତ, ବାଲିକୁଦା-ଏରସମା ୧୯.୮୭, ତ୍ରିତୋଲ ୧୯.୪,ପାରାଦୀପ ୩୧.୭ ପ୍ରତିଶତ, ନିମାପଡ଼ା ୨୪.୯୮, କାକଟପୁର ୨୩.୬୯ ପ୍ରତିଶତ ମତଦାନ ହୋଇଛି।
ସୂଚନା ଯୋଗ୍ୟ, ସକାଳ ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ସୂଚନା ମିଳିଥିଲା। ଭଦ୍ରକର ୪୩ ନମ୍ବର ବୁଥ ଭଣ୍ଡାରୀପୋଖରିରେ ୨୩ ପ୍ରତିଶତ, ୪୪ ନମ୍ବର ବୁଥର ଭଦ୍ରକରେ ୨୧ ପ୍ରତିଶତ, ୪୫ ନମ୍ବର ବୁଥ ବାସୁଦେବପୁରରେ ୨୨ ପ୍ରତିଶତ, ୪୭ ନମ୍ବର ଚାନ୍ଦବାଲି ବୁଥରେ ୨୫ପ୍ରତିଶତ, ନିମାପଡ଼ା ୧୬.୨୩ , କାକଟପୁର ୧୫.୮୪ ପ୍ରତିଶତ ମତଦାନ ହୋଇଥିଲା।
ସକାଳ ୭ଟା ରୁ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ସକାଳ ୯ଟା ସୁଦ୍ଧା ୯ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଥିଲା। ଭଦ୍ରକ ୧୨ ପ୍ରତିଶତ, ଯାଜପୁର ୭.୫ ଓ ଜଗତସିଂହପୁର ୮.୫, କାକଟପୁରର ୧୦୫ ନମ୍ବର ବୁଥରେ ୭.୮୫, ନିମାପଡ଼ାର ୧୦୬ ନମ୍ବର ୮.୭୫ ପ୍ରତିଶତ ଭୋଟିଂ ହୋଇଥିଲା।

Comments are closed.