ଆଳିରେ ବୁଥ ରିଗିଂ; ଜଣେ ବ୍ୟକ୍ତି ଏକାଧିକବାର ଭୋଟ ଦେବାର ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୋମବାର ବୁଥ ଜବର ଦଖଲର ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଜଣେ ବ୍ୟକ୍ତି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ସାଂସଦ ପ୍ରାର୍ଥୀଙ୍କ ପାଇଁ ଏକାଧିକବାର ଭୋଟ ଦେଉଥିବା ପରିଲକ୍ଷିତ ହେଉଛି।
ଆଳି ବିଧାନସଭା ଅନ୍ତର୍ଗତ ଅଳିହା ସିଙ୍ଗିରି ବଜାର ବିଦ୍ୟାଳୟର ୩୧୦ ନମ୍ବର ବୁଥରେ ମତଦାନ ଆରମ୍ଭ ହୋଇଥିଲା। ମାତ୍ର ସେଠାରେ ଥିବା ଜଣେ ବ୍ୟକ୍ତି ବାରମ୍ବାର ବୁଥ ଭିତରକୁ ଯାଇ ନିର୍ଦ୍ଦିଷ୍ଟ ଦଳର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା ଅଭିଯୋଗ ହୋଇଛି।

Comments are closed.