ପାଣିରେ ବୁଡ଼ି ଯୁବକ ମୃତ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ସୋମବାର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଶଶାଙ୍କ ନାଥ (୧୮)। ସେ ଅଁଳାବେରେଣି ଗ୍ରାମର କ୍ଷୀରୋଦ କୁମାର ନାଥଙ୍କ ଜ୍ୟେଷ୍ଠ ପୁତ୍ର। ଗ୍ରାମବାସୀ ମାନେ ଶଶାଙ୍କଙ୍କୁ ଉଦ୍ଧାର କରି ବଁଅରପାଳ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଯୋଗ୍ୟ, ଭୁବନେଶ୍ୱରରେ ରହି ଡ଼ାକ୍ତରୀ ଶିକ୍ଷା ପାଇଁ କୋଚିଙ୍ଗ ନେଉଥିଲେ। ସୋମବାର ସକାଳେ ମଙ୍ଗଳପୁରସ୍ଥିତ ନିଜ ମାମୁଁ ନିରୋଦ କୁମାର ତ୍ରିପାଠିଙ୍କ ଘରକୁ ବୁଲିବାକୁ ଆସିଥିଲେ। ସେଠାରେ ନଦୀକୁ ଗାଧୋଇବାକୁ ଯାଇ ଏହି ଅଘଟଣ ଘଟିଥିଲା।

Comments are closed.