ବାଇକ୍ ଦୁର୍ଘଟଣାରେ ନ୍ୟୁଜ୍ ସେଭେନ୍‌ କ୍ୟାମେରା ମ୍ୟାନଙ୍କ ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲା ନ୍ୟୁଜ୍ ସେଭେନ୍‌ କ୍ୟାମେରା ମ୍ୟାନଙ୍କ ମୃତ୍ୟୁ । କ୍ୟାମେରାମ୍ୟାନ ରାଜୁ ନାୟକଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଖଜୁରୀପଡ଼ା ଥାନା ସମରଡେଗା ଗାଁ ନିକଟରେ ତାଙ୍କର ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ଖଜୁରୀପଡ଼ା ପୁଲିସ ପହଞ୍ଚି ମୃତ କ୍ୟାମେରାମ୍ୟାନଙ୍କ ମୃତଦେହ ଉଦ୍ଧାର କରିବା ସହିତ ଏ ବାବଦରେ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛନ୍ତି। ସୂଚନା ଅନୁସାରେ ସେ କୌଣସି କାମରେ ଆଜି ପେନାବାଲି ଗ୍ରାମକୁ ଯାଇ ଅପରାହ୍ନ ସମୟରେ ଫୁଲବାଣୀ ଫେରୁଥିବା ବେଳେ ସମରଡ଼େଗାରେ ତାଙ୍କର ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାଜୁ ନାୟକଙ୍କ ମୃତ୍ୟୁରେ କନ୍ଧମାଳ ଜିଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.