ଜୀବିକାର ମାଧ୍ୟମ ଅହିରାଜ ସାପ

ସୁଆଣ୍ଡୋ : ସାପ ଦେଖିଲେ ଲୋକେ ଭୟରେ ସେ ସ୍ଥାନ ଛାଡି ପଳାଉଥିବା ବେଳେ ବେକରେ ସାପ ଗୁଡାଇ ଜୀବିକା ନିର୍ବାହ କରୁଥିବା ଏମିତି କିଛି ଲୋକଙ୍କୁ ସମାଜରେ ଦେଖିବାକୁ ମିଳେ । ସେହି ଭିନ୍ନ ମଣିଷ ମଧ୍ୟରୁ ଯାଜପୁର ଜିଲାର କଳିଙ୍ଗ ନଗର ଅଞ୍ଚଳର ଗଣେଶ ଦାସ ହେଉଛନ୍ତି ଜଣେ । ସେ ଗୋଟିଏ ଅହିରାଜ ସାପ ବେକରେ ଗୁଡାଇ ଘର ଘର ବୁଲି ଟଙ୍କା ରୋଜଗାର କରୁଛନ୍ତି । କେବଳ ସେତିକି ନୁହେଁ ସର୍ପଭୟ ନିବାରଣ ଡ଼େଉଁରିଆ ବିକ୍ରି କରୁଛନ୍ତି । ପ୍ରତିବର୍ଷ ଶିବରାତ୍ରି, ମକର ପର୍ବ ଓ ପଣା ସଂକ୍ରାନ୍ତି ପୂର୍ବରୁ ତାଙ୍କର ବେପାର ଜମେ । ପ୍ରତି ଘରୁ ତାଙ୍କର ୧୦ଟଙ୍କା ମିଳିବା ନିଶ୍ଚୟ । ଗ୍ରାମାଞ୍ଚଳ ଗୁଡ଼ିକରେ ବୁଲି ତାଙ୍କର ବେପାର ଭଲ ହୁଏ । ଗାଁରୁ ଦିନକୁ ତିନି ଚାରି ହଜାର ଟଙ୍କା ରୋଜଗାର କରନ୍ତି । ହେଲେ ପୁଲିସ ଭୟରେ ସେ ସହର ମାଟି ମାଡନ୍ତି ନାହିଁ ବୋଲି ଗଣେଶ କହିଛନ୍ତି ।

Comments are closed.