ଆଶ୍ଚର୍ଯ୍ୟଜନକ ଘଟଣା ; ବ୍ୟକ୍ତିଙ୍କୁ ଦଂଶନ କଲା ସାପ ; ସାପ ମୃତ , ବ୍ୟକ୍ତି ଜୀବିତ

ଯାଜପୁର : ରାଜ୍ୟର ଯାଜପୁର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ସାପ ଦଂଶନ କରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ କାମୁଡି ଦେଇଛନ୍ତି । ସାପଟିର ମୃତ୍ୟୁ ମଧ୍ୟ ହୋଇଯାଇଥିବା ଜଣାପଡିଛି । ଉକ୍ତ ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଜୀବିତ ଅଛନ୍ତି । ଏହି ଘଟଣା ଯାଜପୁର ଜିଲାର ଦାନାଗଡ ଅଞ୍ଚଳର ।
ଘଟଣା କ୍ରମେ ଉକ୍ତ ବ୍ୟକ୍ତି ଜଣଙ୍କ ବିଲରୁୁ କାମ ସାରି ଘରକୁ ଫେରିବା ସମୟରେ ତାଙ୍କୁ କିଛି ଗୋଟେ କାମୁଡିବା ଭଳି ଅନୁଭବ ହେଲା । ସେ ଦେଖିବା ବେଳକୁ ତାଙ୍କ ପାଦରେ ଏକ ସାପ ରହିବା ସହ ତାଙ୍କୁ କାମୁଡିଛି । ସେ ତୁରନ୍ତ ସାପକୁ ବାରମ୍ବାର ବାରମ୍ବାର କାମୁଡିଥିଲେ । ଏହାସହରେ ସାପଟି ମରିଯାଇଥିବା ବେଳେ ଘରେ ପହଞ୍ଚି ଘଟଣା ବିଷୟରେ ନିଜ ପତ୍ନୀଙ୍କୁ ଜଣାଇଥିଲେ । ଘଟଣାଟି ସାରା ଗାଁରେ ପ୍ରଚାର ହୋଇଯିବା ପରେ , ସ୍ଥାନୀୟଲୋକେ ତାଙ୍କୁ ମେଡିକାଲ ଯିବା ପାଇଁ କହିଲେ, ମାତ୍ର ସେ ଅରାଜି ହୋଇଥିଲେ । ବ୍ୟକ୍ତି ଜଣଙ୍କ ସୁସ୍ଥ ଥିବା ସହ ସାପ ଦଂଶନର ପ୍ରଭାବ ତାଙ୍କ ଉପରେ ପଡି ନଥିବା ନେଇ ସୂଚନା ମିଳିଛି ।

Comments are closed.