ଅଦିନିଆ ଝଡ଼ବର୍ଷା ଚାଷୀ ଉପରେ କୋରଡ଼ା

ବରପାଲି,: ବରପାଲି ବ୍ଲକ ବିଭିନ୍ନ ଗ୍ରାମରେ ଅଦିିନିୟା ବର୍ଷା ଓ ଝଡ଼ ପ୍ରଭାବରେ ଅଚଂଳର ଚାଷ କାର୍ଯ୍ୟଠୁ ନେଇ ବଜାର ଘରଦ୍ୱାରା ବିଦ୍ୟୁତ ସରବରାହ ମୋବାଇଲ ସେବା ସହ ଲୋକଙ୍କ ଦୈନନ୍ଦିନ କାଯ୍ୟକୁ ଠପ କରିଦେଇଛି। ସୋମବାର ପୁର୍ବାହ୍ନରେ ରାଜସ୍ୱ ବିଭାଗିୟ କର୍ମଚାରୀ ମାନେ ଗାଁଗାାଁ ବୁଲି ନିରିକ୍ଷଣ ମାଧ୍ୟମରେ କ୍ଷୟକ୍ଷତିର ହିସାବ କରୁଥିବା ଦେଖାଯାଇଥିଲା। ଗତ ଦୁଇ ଦିନ ହେଲା ଅପରାହ୍ନରୁ ଅତର୍କିତ ପବନ ବହିବା ସହ ତୁହାକୁତୁହା ଝ଼ଡି ବର୍ଷା ରାତ୍ର ପର୍ଯ୍ୟନ୍ତ ଜାରି ରହିଥିଲା। ବର୍ତ୍ତମାନ ଧାନ ଅମଳ ସମୟ ଲାଗି ରହିଥିବା ବେଳେ ଚାଷୀ ତାର ଅମଳକ୍ଷମ କାର୍ଯ୍ୟରେ ଘୋର ବ୍ୟାଘତ ସୃଷ୍ଟି କରି ଦହଗଞ୍ଜରେ ପକାଇଦେଇଛି। ଜମିରେ ପାଚିଲାଧାନ ଲୋଟି ପଡ଼ିଥିବା ବେଳେ କେତେକ ସ୍ଥାନରେ ଆଡ଼ି ଉପରେ ରହିଥିବା ଗଛ ଭାଙ୍ଗି ଜମିରେ ଉପରେ ଲୋଟି ପଡ଼ିଥିଲା।

ସେହିପରି ବହୁ ସ୍ଥାନରେ ଗଛ ଡ଼ାଳ ଓ ବୃକ୍ଷ ମାନ ଭାଙ୍ଗି ରାସ୍ତା ଅବରୋଧ ସହିତ ବିଦ୍ୟୁତ କେବୁଲ ତାର ଉପରେ ପଡ଼ିବା ଯୋଗୁ କେବୁଲ ଛିଣ୍ଡି ଥିବାବେଳେ ପୋଲ ବଙ୍କା ହୋଇଥିବା ସ୍ଥଳେ ମାଟିରୁ ଉପୁଡ଼ି ଯାଇଥିବା ମଧ୍ୟ ଦେଖା ଯାଇଥିଲା। ଅଚଂଳର ଧାନମଣ୍ଡି ମାନଙ୍କରେ ଚାଷୀ ବର୍ଷାକୁ ଦେଖି କେତେ ଆଶା ନେଇ ଧାନ ଗଚ୍ଛିତ ରଖିଥିବା ସମୟରେ ବର୍ଷପାଣିରେ ଓଦା ହୋଇଯାଇଛି। ସେହିପରି ଧାମଖଳାରେ ଧାନଗଦା ମାନ ପାଣିରେ ଭିଜିଯାଇଥିବା ଦେଖାଯାଇଥିଲା। ପାଚିଲା ଧାନ କାଟି ଚାଷୀ ପେଟା ମାନ ବିଲରେ ଶୁଖାଇବା ଅବସ୍ଥାରେ ଛାଡ଼ି ଦେଇଥିବା ସମୟରେ ଅତର୍କିତ ଝଡ଼ ବର୍ଷା ଚାଷୀର ମାନଶିକତାକୁ ଦୋହଲାଇ ଦେଇଛି। ଝଡ ବର୍ଷା ମାଡ଼ରେ ବଡ଼ବୃକ୍ଷ ମାନ ଭାଙ୍ଗିବା ଓ ବିଦ୍ୟୁତ କେବୁଲ ତାର ଛିଣ୍ଡି ଯିବାରୁ ବହୁ ସମୟ ପର୍ଯ୍ୟନ୍ତ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଅଚଂଳର ବରପାଲି ସହ ଖେମେଶରା, ରେମତା, ବାରଗୁଡ଼ା, କୁମ୍ଭାରୀ, ଭଟିଗାଁ, ସତଲମା, ବିଶିପାଲି ତୁକଣ୍ଡି, ସିକିର୍ଡ଼ି, ବାରଙ୍ଗପାଲି, ପାଟକୁଲୁଣ୍ଡା, ବରମକେଲା, ଧିରପୁର, କଦଲିପାଲି, ଅଇଁଠାପାଲି, ଲେଣ୍ଡା, କାଇଁଶିର, ସୁଜିଆ, ହଲଦିପାଲି ସମେତ ବିଭିନ୍ନ ଗ୍ରାମର ଚାଷୀ ବାତ୍ୟାର ଶିକାର ହୋଇଛନ୍ତି।

Comments are closed.