ଜଲାପୁଟ ଜଳଭଣ୍ଡାରରେ ମାଛ ଡଙ୍ଗା ବୁଡ଼ିଲା, ୩ ନିଖୋଜ

କୋରାପୁଟ: କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ତିନି ନିଖୋଜ ହୋଇ ଯାଇଛନ୍ତି। ପାଡୁଆ ଗ୍ରାମର ୫ ଯୁବକ ଏକ ମାଛ ଧାରା ଡଙ୍ଗାନେଇ ଜଲାପୁଟ ଜଳଭଣ୍ଡାର ଦେଇ ଆରପାରି ରାମତା ଗ୍ରାମକୁ ଯାଉଥିଲେ। ଜଳଭଣ୍ଡାର ମଝିରେ ଡଙ୍ଗାଟି ବୁଡି ଯାଇଥିଲା । ମନୋଜ ହନ୍ତାଳ ଏବଂ ଅଭୟ ହନ୍ତାଳ ଦୁଇଜଣ ପହଁରି ପହଁରି କୁଳକୁ ଫେରି ଆସିଥିବା ବେଳେ ଆଉ ତିନିଜଣ ସାଙ୍ଗ ଜଲାପୁଟ ଜଳଭଣ୍ଡାରରେ ବୁଡି ନିଖୋଜ ହୋଇଯାଇଥିଲେ। ଘଟଣା ରବି ବାର ଠାରୁ ଘଟିଥିଲେ ମଧ୍ୟ କାହାରୀକୁ ଏହି ଦୁଇ ସାଙ୍ଗ ଭୟଭୀତ ହୋଇ ଜଣାଇ ନଥିଲେ ।
ନିଖୋଜ ହୋଇଥିବା ୩ ଯୁବକ ଘରକୁ ଫେରି ନଥିବାରୁ ପରିବାର ବର୍ଗ କାଲି ଖୋଜା ଖୋଜି କରିଥିଲେ। ଗତକାଲି ପରିବାର ବର୍ଗ ଯୁବକ ମାନଙ୍କ ସାଙ୍ଗମାନଙ୍କୁ ପଚରଉଚୁରା କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ପଡୁଆ ପୁଲିସକୁ ଖବର ଦେଇଥିଲେ। ଗତ କାଲି ରାତି ୮ଟାରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ଓଡ୍ରାଫ ଟିମ ଆସି ଜଳ ଭଣ୍ଡାରରେ ନିଖୋଜ ଥିବା ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି।

Comments are closed.