ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ ବୋଲି ବୁଧବାର ଜଣାପଡ଼ିଛି। ଆସନ୍ତା ୨୭ ଓ ୨୮ ଦୁଇଦିନ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ। ବିଧାୟକଙ୍କ ସହ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଚାଳକଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ହୋଇଛି। କରୋନା ଟେଷ୍ଟ ନେଇ ବିଏମସି କମିଶନର , କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଦିଆଯାଇଛି।

Comments are closed.