ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର : ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ପୁର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ରାସ୍ତା ଓ କୋଠାବାଡ଼ି) ବିନୋଦ ପାଢୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିନୋଦଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଚଢାଉ କରିଛି। ଗଞ୍ଜାମ ବ୍ଲକ ନିକଟ ବାସଭବନ ଓ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁର କାର୍ଯ୍ୟାଳୟ, ଖଲ୍ଲିକୋଟ ଡ଼ିମିରିଆ ସ୍ଥିତ ଫାର୍ମ ହାଉସ , ହିଲପାଟଣାରେ ହରବିନ ସ୍କୁଲ ପରିସରରେ ଥିବା ସପିଙ୍ଗ କମ୍ପ୍ଲେକ୍ସ, ଆମ୍ବପୁଆ ଠାରେ ଥିବା ନିର୍ମାଣୀଧୀନ କୋଠା, ପାଙ୍କଲାପାଲି ସ୍ଥିତ ନିର୍ମାଣୀଧୀନ କୋଠା, ଗୋସାଣି ନୂଆଗାଁ ଠିକାଦାର ସିମାଚଳ ପାତ୍ରଙ୍କ ବାସଭବନ , ଜୟପ୍ରକାଶନଗର ଠିକାଦାର ସଚ୍ଚିନ ପାଢୀଙ୍କ ବାସଭବନ, ବିନୋଦଙ୍କ ସମ୍ପର୍କୀୟ ଅଶୋକ ପଣ୍ଡାଙ୍କ ଗୋଦାବରିଶନଗର ସ୍ଥିତ ବାସଭବନ, ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ମେଟ୍ରୋ ରେସିଡ଼େନ୍ସି ଆଦି ସମସ୍ତ ସ୍ଥାନରେ ଚଢାଉ ଜାରି ରଖିଛି ବୋଲି ସୂଚନା ମିଳିଛି।

Comments are closed.