ନିୟମଗିରି ସୁରକ୍ଷାସମିତିର ଆବାହକଙ୍କ ବିରୋଧରେ ପୋଷ୍ଟର

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ୩ଟି ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାଙ୍କ ବିରୋଧରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପାର୍ସାଲି ଭାରତ ନିର୍ମାଣ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ୨ଟି ଓ ହାଟପଦାରେ ଥିବା ସୂଚନା ଫଳକରେ ଗୋଟିଏ ମୋଟ ୩ଟି ହାତଲେଖା ପୋଷ୍ଟର ସହ ୩ଟି ଲିପଲେଟ ଲଗାଯାଇଛି। ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଲଦ ଶିକକା ଡ଼ଙ୍ଗରିଆ କନ୍ଧଙ୍କ ଭିତରେ ଗଣ୍ଡଗୋଳ କରାଇ ନିୟମଗିରି ଅଞ୍ଚଳକୁ କ’ଣ ପାଇଁ ଅଶାନ୍ତ କରିବାକୁ ଚାହୁଁଛନ୍ତି ? ନିୟମଗିରି ରାଜାର ପ୍ରତିନିଧି ବୋଲି ଭାବୁଛନ୍ତି କି? ଏପରି କରି ଲଦ ଆମର ଧରଣୀପେନୁ ଏବଂ ନିୟମରାଜାଙ୍କୁ ଅସମ୍ମାନିତ କରୁଛନ୍ତି। ଆମେ ସମସ୍ତେ ନିୟମଗିରି ରାଜାର ସନ୍ତାନ । ନିୟମରାଜା ଆମକୁ ଦେଇଥିବା ସମ୍ପତି ଓ ସଂସ୍କୃତିର ସୁପରିଚାଳନା ନିଜେ କରିପାରିବୁ। ଏଥିରେ ବାହାର ଲୋକର ହସ୍ତକ୍ଷେପର ଆବଶ୍ୟକତା ନାହିଁ। ଲଦ ସିକକା, ସିଏଏ, ଏନଆରସି, ଜେଏନୟୁ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ବିଷୟରେ ଅବଗତ ଅଛନ୍ତି ନା ଅନ୍ୟର କଥା ତାଙ୍କର ତୁଣ୍ଡରେ କହିବା ପାଇଁ ଓ ଏହା ପ୍ରଚାର କରାଯାଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

Comments are closed.