ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

କଟକ : କଟକ ଜିଲା ନରସିଂହପୁରର ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ଭୁସ୍କା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ଚତୁର୍ଥ ଶ୍ରେଣୀର ବୋଲି ଜଣାପଡ଼ିଛି। ଗ୍ରାମବାସୀମାନେ ଉକ୍ତ ୨ ଜଣଙ୍କୁ ଉଦ୍ଧାର କରି ନରସିଂହପୁର ମେଡ଼ିକାଲକୁ ନେଇଥିଲେ। ମାତ୍ର ଡ଼ାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.