କଟକର ବିଭିନ୍ନ ସ୍ଥାନରେ ପୁଣି ଉଚ୍ଛେଦ ଆରମ୍ଭ

କଟକ : କଟକ ସ୍ଥିତ (ଏସସିବି ) ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ସମ୍ପ୍ରସାରଣ ନେଇ ପୁଣି ଆଜି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଚୂନ ଭାଟି, ରାଣୀହାଟ, ମଙ୍ଗଳା ବସ୍ତି, ତାଳଦଣ୍ଡା କେନାଲ ଅଞ୍ଚଳରେ ଥିବା ବସ୍ତିକୁ ଉଚ୍ଛେଦ କରାଯାଉଛି। ମୋଟ ୯୫ଟି ବସ୍ତିରେ ଥିବା ଘର ଉଚ୍ଛେଦ ନେଇ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଭାବିତଙ୍କ ପାଇଁ ଜଗତପୁର ନିମପୁରରେ ଥଇଥାନ ବ୍ୟବସ୍ଥା କରାଯାଇଛି। ଉକ୍ତ ସ୍ଥାନରେ ପୂର୍ବରୁ ଦୋକାନ ଘର, ମନ୍ଦିର, କ୍ଲବ ଆସି ଉଚ୍ଛେଦ କରାଯାଇଥିଲା।

Comments are closed.