ନାବାଳକ ଓ ନାବାଳିକାର ମୃତଦେହ ଉଦ୍ଧାର

ନୂଆପଡ଼ା : ନୂଆପଡ଼ା ଜିଲାରେ ଏକ ସେବାଶ୍ରମ ନିକଟ ଜଙ୍ଗଲର ଏକ ଗଛରୁ ରବିବାର ଜଣେ ନାବାଳିକା ଓ ନାବାଳକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ଶନିବାର ଠାରୁ ନିଖୋଜ ଥିବା ଜଣାପଡ଼ିଛି। ଖବର ପାଇ ଧରମବନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଉଭୟ ନାବାଳକ ଓ ନାବାଳିକାଙ୍କ ମୃତ୍ୟୁର କାରଣ ନେଇ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.