ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରର ଶିଖରଚଣ୍ଡୀ ଅଞ୍ଚଳରେ ଥିବା ଏକ ବସ୍ତି ନିକଟ ଜଙ୍ଗଲ ଗଛରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଧାର ଟଙ୍କାକୁ ନେଇ ଗଣ୍ଡଗୋଳରୁ ଉକ୍ତ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ମିଳିଥିବା ନେଇ ଜଣାପଡ଼ିଛି। ମୃତ ଯୁବକଙ୍କ ଜଣଙ୍କ ଭୁବନେଶ୍ୱରରେ ପାଇପ କାମ କରୁଥିଲେ। ଖବର ପାଇ ଇନ୍‍ଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.