ନିଆଁରେ ଜଳିଗଲା ୧୩ ବଖରା

ଢେଙ୍କାନାଳ : ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ବାଉଁଶକଣ ଗାଁର ମାଟିଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୩ ବଖରା ଘର ଜଳି ଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେ ବେଳକୁ ପ୍ରାୟ ୧୩ ବଖରା ଘର ନିଆଁରେ ଜଳି ପାଉଁଶ ହୋଇ ଯାଇଥିଲା। ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯିବା ପରେ ଏହା ଅନ୍ୟ ଘରକୁ ମଧ୍ୟ ବ୍ୟାପି ଯାଇଥିଲା। ଉକ୍ତ ବ୍ୟକ୍ତି ନିଜ ଝିଅ ବାହାଘର ପାଇଁ ଜିନିଷ ପତ୍ର ଓ ଟଙ୍କା ରଖିଥିଲେ। ଏହି ଅଗ୍ନିକାଣ୍ଡରେ ସେ ସମସ୍ତ ଜିନିଷ ସହ ଘରର ଅନ୍ୟାନ୍ୟ ଆସବାବ ପତ୍ର ଜଳି ଯାଇଥିବା ନେଇ ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Comments are closed.