ଲୁନା ଉପରେ ମାଡ଼ିଗଲା ଟ୍ରକ, ଦମ୍ପତି ମୃତ

ବ୍ରହ୍ମପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁବାର ଏକ ଦମ୍ପତିଙ୍କ ଜୀବନ ଚାଲିଯାଇଛି। ଆନ୍ଧ୍ରର ଜାତୀୟ ରାଜପଥ ଭେସି ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଦମ୍ପତି ଲୁନାରେ ଯାଉଥିବା ସମୟରେ ତାଙ୍କ ଉପରେ ଟ୍ରକ ମାଡ଼ି ଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ଉକ୍ତ ଦମ୍ପତି ପାତ୍ରପୁର ଗୁଣ୍ଡା ଗାଁର ବୋଲି ଜଣାପଡ଼ିଛି। ନିଜ ସମ୍ପର୍କୀୟଙ୍କ ଘରକୁ ଲୁନାରେ ଯାଉଥିବା ସମୟରେ ତାଙ୍କ ଉପରେ ଟ୍ରକ ମାଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।

Comments are closed.