କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତକୁ ନେଇ ଯାଜପୁରରେ ସାମ୍ବାଦିକ ସମ୍ମିଳନୀ

ଯାଜପୁର : ଆସନ୍ତା ୨୮ ତାରିଖରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ଆସୁଛନ୍ତି । ଏହି ଗସ୍ତ କାଳରେ ମୁଖ୍ୟତଃ ଦେଶର ବିରୋଧୀ ଦଳ ଗୁଡିକ ଯେଉଁଭଳି ଭାବେ ସିଏଏ କୁ ବିରୋଧ କରି ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି ତାର ସେ ଜବାବ ଦେବେ । ପ୍ରମୁଖ ବିରୋଧୀ ଦଳ ଗୁଡିକ କେନ୍ଦ୍ରସରକାରଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ ଏଭଳି କାଣ୍ଡ କରୁଛନ୍ତି ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ସାଧାରଣ ସମାବେଶରେ ଯୋଗ ଦେବା ସହିତ ବିଭିନ୍ନ ବୁଦ୍ଧିଜିବିଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି ବୋଲି ବିଜେପି ସଂପାଦିକା ଡଃ ଲେଖାଶ୍ରୀ ସାମନ୍ତ ସିଂହାର ଯାଜପୁର କୋରେଇ ଦଳୀୟ କାର୍ୟ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଯାଜପୁର ବିଜେପି ସଭାପତି ଗୌତମ ରାୟ ଯୋଗ ଦେଇ ଅମିତ ଶାହାଙ୍କ ସମାବେଶରେ ଯାଜପୁର ଜିଲାର ୩୧୪ଟି ପଞ୍ଚାୟତ ଓ ଦୁଇଟି ପୌରପାଳିକାରୁ ୨୦ ହଜାରରୁ ଅଧିକ ବିଜେପି କର୍ମୀ ଓ ବୁଦ୍ଧିଜିବି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ,କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ,ବରୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱ ରଂଜନ ମାଲିକ,ସୁଦୀପ୍ତ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଥିଲେ ।

Comments are closed.