ବରଗଡ଼ରେ ଭାରତ ବନ୍ଦ ପ୍ରଭାବ ; ଗମନାଗମନ ତଥା ଦୋକାନ ବଜାର ବନ୍ଦ

ବରଗଡ଼ : ମାନ୍ୟବର ଉଚ୍ଚତମ ନ୍ୟାୟଳୟର ସଂରକ୍ଷଣ ନୀତି ଉପରେ କରିଥିବା ଘୋଷଣାକୁ ବିରୋଧ କରି ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ବରଗଡ଼ରେ ମଧ୍ୟ ପରିଲକ୍ଷିତ ହୋଇଛି । ଏଥିପାଇଁ ସମସ୍ତ ଦୋକାନବଜାର ବନ୍ଦ ରହିଛି ଓ ଗମନାଗମନ ଠପ ପଡ଼ିଛି । ବସ ଷ୍ଟାଣ୍ଡ ଗୁଡିକରେ ଗାଡି ମୋଟର ଅଟକି ରହିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଘୋଷଣାକୁ ବିରୋଧ କରି ବହୁ ସଂଗଠନ ପକ୍ଷରୁ ପିକେଟିଂ କରି ବନ୍ଦ କରାଯାଇଛି । ବରଗଡ଼ ଗାନ୍ଧୀଛକରେ ଭୀମ ଆର୍ମି,ଆମ୍ବେଦକର ଯୁବାସଙ୍ଘ,ଏସସି,ଏସଟି ଧାର୍ମିକ ଅଳ୍ପ ସଂଖ୍ୟକ ମଞ୍ଚ, ଶୁଦ୍ରମୁକ୍ତି ଅଭିଯାନ,ବିରସାମୁଣ୍ଡ ସଂଘର୍ଷ ବାହିନୀ, ସମ୍ବିଧାନ ସୁରକ୍ଷା ମଞ୍ଚ ପ୍ରଭୃତି ସଂଗଠନର ବହୁ କର୍ମୀ ଗାନ୍ଧୀଛକରେ ବନ୍ଦ ପାଳନ କରିବା ସହିତ ପଥପ୍ରାନ୍ତ ସଭା କରିଛନ୍ତି ।

Comments are closed.