କାଠଯୋଡ଼ି ନଦୀ କୂଳରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଟକ : କଟକ ଜିଲା ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ କାଠଯୋଡ଼ି ନଦୀ କୂଳରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ସ୍ପଷ୍ଟ ଭାବେ ମିଳିନଥିବା ବେଳେ ସେ ବୟାଳିଶ ମୌଜା ଝିଙ୍କିଆ ଅଞ୍ଚଳର ବୋଲି ଶୁଣିବାକୁ ମିଳିଛି।
ସୂଚନା ଯୋଗ୍ୟ, ଆଜି ସକାଳେ ନଦୀ କୂଳରେ ସ୍ଥାନୀୟଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଉକ୍ତସ୍ଥାନରେ ଗୋଟିଏ ପଥର ଉପରେ କିଛି ଲୁଗାପଟା ଥୁଆ ହୋଇଥିବା ବେଳେ ଏକ ବାଇକ ମଧ୍ୟ ଥୁଆ ହୋଇଛି। ଗାଡ଼ି ନମ୍ବରରୁ ଗାଡ଼ି ମାଲିକର ନାଁ ବାବୁଲା ପ୍ରସାଦ ସାହୁ ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ମୁହଁମାଡ଼ି ପଡ଼ିଥିବାରୁ ଆଖପାଖ ପରିସ୍ଥିତିରୁ ତାଙ୍କୁ ବାତ ମାରିବା କିମ୍ବା ହୃଦଘାତ ହୋଇଥିବା ଅନୁମାନ କରାଯାଉଛି। ରିପୋର୍ଟ ଆସିବା ପରେ ବ୍ୟକ୍ତିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Comments are closed.