ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ବିଜବେହରା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତବାଦୀଙ୍କ ମଧ୍ୟରେ ଗୁଳିବିନିୟମ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଏ-ତଇବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଘଟଣାସ୍ଥଳରୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ସହ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ନେଇ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ସେହି ସ୍ଥାନରେ ଖୋଳତାଡ଼ ଓ ତଦନ୍ତ ଜାରି ରଖାଯାଇଛି।
ସୂଚନା ଅନୁଯାୟୀ, ବିଜବେହରା ଅଞ୍ଚଳରେ ଆତଙ୍କବାଦୀ ଥିବା ନେଇ ଖବର ମିଳିବା ପରେ ସେହି ସ୍ଥାନକୁ ଘେରାଉ କରାଯାଇଥିଲା। ମାତ୍ର ଆତଙ୍କବାଦୀମାନେ ନିଜକୁ ଘେରାଉ ଅବସ୍ଥାରେ ଦେଖି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ପାଲଟା ଗୁଳି ଚାଳନାରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

Comments are closed.