ପୋଲ ତଳକୁ ପିକଅପ୍‍ ଭ୍ୟାନ ଖସି ୮ ମୃତ ; ୧୮ ଆହତ

ମୁମ୍ବଇ : ମହାରାଷ୍ଟ୍ରର ୟାଭତମାଲରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ପିକଅପ୍‍ ଭ୍ୟାନ ପୋଲରୁ ତଳକୁ ଖସି ଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟଲୋକେ ଓ ପୁଲିସ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ଭ୍ୟାନରେ ଯାତ୍ରୀମାନେ ନିଜର ଜଣଙ୍କ ସମ୍ପର୍କୀୟଙ୍କ ଅସ୍ଥି ବିସର୍ଜନ ପାଇଁ କାଠେଶ୍ୱର ମନ୍ଦିର ଯାଇଥିଲେ। ସେଠାରୁ ଯୋଡ଼ମୋହା ଫେରୁଥିଲେ। ମାତ୍ର ଅଚାନକ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଭ୍ୟାନଟି ଏକ ଗଛରେ ପିଟି ହୋଇ ପୋଲରୁ ତଳକୁ ଖସି ଯାଇଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ ମତାନୁଯାୟୀ, ଦୁର୍ଘଟଣାଟି ଖୁବ ଭୟଙ୍କର ଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

Comments are closed.