ତେଜରାତି ଦୋକାନରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା : ରାଉରକେଲାର ପାନପୋଷ ହକି ଛକରେ ସୋମବାର ଏକ ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ବହୁ କ୍ଷୟକ୍ଷତି ହୋଇଛି। ହକି ଛକରେ ଥିବା ଦୀନବନ୍ଧୁ ଦାସଙ୍କ ତେଜରାତିରେ ଦୋକାନରେ ଉକ୍ତ ଅଗ୍ନିକାଣ୍ଡ ଘଟିଥିବା ବେଳେ କିଛି ଦୁର୍ବୃତ୍ତ କାନ୍ଥ କାଟି ଓ ଟାୟାର ଜାଳି ତାଙ୍କ ଦୋକାନରେ ନିଆଁ ଲଗାଇଛନ୍ତି ବୋଲି ଅଭିଯୋଗ ହୋଇଛି।

Comments
Loading...