ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର : ନବରଙ୍ଗପୁର ଜିଲାର ଢୋବ୍ରା ହାଇସ୍କୁଲ ସମ୍ମୁଖ ରାସ୍ତାକଡ଼ରୁ ମଙ୍ଗଳବାର ବାଇକ ସହ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ପାରିପାଶ୍ୱର୍ିକ ସ୍ଥିତିରୁ ଯୁବକଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.