ବିଷ ପିଇ ମହିଳାଙ୍କ ମୃତ୍ୟୁ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ବଣତାଳପଦା ଗ୍ରାମର ଜଣେ ମହିଳା ବିଷପିଇ ରବିବାର ମୄତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ଉକ୍ତ ଗ୍ରାମର ଜୁଇମଣି ବେହେରା(୫୫) । ଖବର ପାଇ ବଡସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୄତ୍ୟୁ ମାମଲା ରୁଜୁ କରିଛି ।
ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ରୋଗରଅସହ୍ୟ ଯନ୍ତ୍ରଣା ସହି ନପାରି  ଶନିବାର ବିଳମ୍ବିତ ରାତିରେ ସେ ବିଷପିଇ ଦେଇଥିବା କୁହାଯାଉଛି । ପରିବାର ଲୋକେ ଜାଣିବା ପରେ ତାଙ୍କୁ ବାରିପଦା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୄତ୍ୟୁ ହୋଇଥିବା ଜଣାପଡ଼ିଛି।

Comments are closed.