ମାଲକାନଗିରିରେ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ରବିବାର ଆନ୍ଧ୍ର-ଛତିଶଗଡ ଶେଷ ସିମା ମୋଟୁ ତ୍ରିବେଣୀ ସଙ୍ଗମ ଚିନା ଗୋଦାବରୀ ନଦୀ କୂଳରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏକବିରାଟ ପଟୁଆରେ କୋୟା ଆଦିବାସୀ ସିଙ୍ଗ ନୃତ୍ୟରେ କଳସ ଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରିଥିଲା । ଜିଲ୍ଲାପାଳ ମନିସ ଅଗ୍ରୱାଲ, ବିଧାୟକ ଆଦିତ୍ୟ ମାଢି, କାଲିମେଳା ବ୍ଲକ ଚେୟାରମ୍ୟାନ ମାଲା ମାଢି, ଉପଜିଲ୍ଲାପାଳ ରାମେଶ୍ଵର ପ୍ରଧାନ , ସୂଚନା ଅଧିକାରୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ସନ୍ଧ୍ୟାରେ କଳସ ଯାତ୍ରା ମାଲକାନଗିରିରେ ପହଞ୍ଚିବ। ଆସନ୍ତା ଫେବୃଆରୀ ୭ତାରିଖରେ ଜିଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ ।

Comments are closed.