ପୋଖରୀରେ ବୁଡ଼ି ନାବାଳକ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ପାଳପୁର ଗାଁରେ ରବିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ପାଳପୁର ଗାଁର ଜଣେ ନାବାଳକ ଡ଼ମ୍ବରୁଧର ଦାସଙ୍କ (୧୬)ଙ୍କ ମୃତ୍ୟୁ ହୋଇଛି। ଡ଼ମ୍ବରୁଧର ପୋଖରୀକୁ ମାଛ ଧରିବାକୁ ବନ୍‍ସୀ ପକାଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Comments are closed.