ଅଜଣା ଗାଡ଼ି ଧକ୍କାରେ ୨ ମୃତ , ଜଣେ ଗୁରୁତର

ବାଲେଶ୍ୱର/ସୋର : ବାଲେଶ୍ୱର ଜିଲା ଅନ୍ତର୍ଗତ ଜାତୀୟ ରାଜପଥ ଛଅପୋଲିଆ ଠାରେ ଶୁକ୍ରବାର ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ସମେତ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣାରେ ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ସ୍ୱପ୍ନାରାଣୀ ଜେନା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ବାଇକରେ ଜଣେ ଯୁବକଙ୍କ ସମେତ ଦୁଇ ଯୁବତୀ ବାଇକ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣାକୁ କେନ୍ଦ୍ର କରି ସ୍ଥାନୀୟଲୋକେ ରାସ୍ତାରୋକ କରିଥିଲେ। ଫଳରେ ରାଜପଥରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିବା ନେଇ ସୂଚନା ମିଳିଛି।

Comments are closed.