ବସନ୍ତ ପଞ୍ଚମୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଙ୍ଗାରେ ପକାଇଲେ ବୁଡ, ଗୁଡ଼ି ଉଡ଼ାଇ ପାଳିଲେ ପର୍ବ

ପ୍ରୟାଗରାଜ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଘମେଳାର ସ୍ନାନ ପର୍ବ ବସନ୍ତ ପଞ୍ଚମୀ ଉପଲକ୍ଷେ ଆଜି ସକାଳେ ପ୍ରୟାଗରାଜସ୍ଥିତ ଗଙ୍ଗା ଓ ଯମୁନାର ମିଳନସ୍ଥଳ ସଙ୍ଗମଠାରେ ବୁଡ଼ ପକାଇବା ସହ ପୂଜାପାଠ କରିଛନ୍ତି। ଏହାପରେ ଗୁଡ଼ି ଉଡ଼ାଇ ବସନ୍ତ ପଞ୍ଚମୀ ପର୍ବ ପାଳନ କରିଥିଲେ। ଏହି ଗୁଡ଼ି ଉଡ଼ାଇବା ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ, ଖଦି ଓ ଗ୍ରାମାଞ୍ଚଳ ଶିଳ୍ପ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ, ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂହ, ନାଗରିକ ବିମାନ ସେବା ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ମଧ୍ୟ ସାମିଲ ଥିଲେ। ସୂଚନା ଯୋଗ୍ୟ, ଯୋଗୀ ଆଦିତ୍ୟନାଥ ବୁଧବାର ସନ୍ଧ୍ୟାରେ ପ୍ରୟାଗରାଜ ଠାରେ ପହଞ୍ଚିଥିଲେ। ସେଠାରେ ଚାଲିଥିବା ମାଘମେଳାରେ ଥିବା ସାଧୁସନ୍ଥଙ୍କ ସହ ଆଲୋଚନା କରିଥିଲେ। ଆଜି ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ସେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଉନ୍ନତି କାମନା କରିଛନ୍ତି।

Comments are closed.