ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

କଟକ : କଟକ ଜଗତପୁର ପୀରବଜାର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ରାଜକନିକା ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ହେବା ସହ ସ୍ଥାନୀୟଲୋକେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ। ଉତ୍ତେଜନା ପାଇଁ ଗମନାଗମନରେ ବାଧାପ୍ରାପ୍ତ ହେବା ସହ ରାସ୍ତା ଉଭୟ ପଟରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Comments are closed.