କେସିଙ୍ଗାରେ ୨୪ ଘଣ୍ଟିଆ ବନ୍ଦ ପାଳନ

ଭବାନୀପାଟଣା  : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ବୁଧବାର ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କେସିଙ୍ଗା ରେଳ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ପାଳନ ହେଉଛି। ବନ୍ଦ ଫଳରେ କେସିଙ୍ଗାର ସମସ୍ତ ଦୋକାନବଜାର, କାର୍ଯ୍ୟାଳୟ, ବ୍ୟାଙ୍କ, ଯାନବାହନ ଚଳାଚଳ ବନ୍ଦ ରହିଛି । ଫଳରେ କେସିଙ୍ଗା ସହର ଦୁଇ ପଟରେ ଶତାଧିକ ଯାନବାହନ ଅଟକି ରହିଛି ।
ସୂଚନା ଯୋଗ୍ୟ, ସବୁସମୟରେ ଟ୍ରେନ ଯିବା ଆସିବା କରୁଥିବାରୁ କେସିଙ୍ଗା ସହରରେ ଥିବା ରେଳ ଫାଟକ ସବୁସମୟରେ ବନ୍ଦ ରହୁଛି । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାହାର ସମାଧାନ ପାଇଁ ଉକ୍ତ ରେଳ ଫାଟକରେ ଏକ ଭୂତଳ ପୋଲ ନିର୍ମାଣ କରିବା ପାଇଁ ଜନସାଧାରଣ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରେଳ ବିଭାଗ ଓ ଜାତୀୟ ରାଜପଥ ବିଭାଗ କର୍ଣ୍ଣପାତ କରୁନଥିବାରୁ ଆଜି ଏହି ବନ୍ଦ ପାଳନ କରାଯାଉଛି।

Comments are closed.