ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ , ରାସ୍ତା ନିର୍ମାଣକୁ ବିରୋଧ କରି ୪ ଗାଡ଼ି ପୋଡ଼ିଲେ ମାଓବାଦୀ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ପାରସାଲି ପଞ୍ଚାୟତ ଗୁମା ଗାଁ ନିକଟରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ରାସ୍ତା ନିର୍ମାଣକୁ ବିରୋଧ କରି ୪ଟି ଗାଡ଼ିକୁ ମାଓବାଦୀ ପୋଡ଼ି ଦେଇଛନ୍ତି।

ସୂଚନା ଯୋଗ୍ୟ, ବ୍ଲକର ନାରୀଙ୍ଗତୋଲା ଗାଁ ଠାରୁ ଗୁମ୍ମାକୁ ରାସ୍ତା ନିର୍ମାଣ ହେଉଥିଲା । ଅଭିଯୋଗ ଅନୁସାରେ ରାତି ପ୍ରାୟ ୧୨ ବେଳେ ୬୦ ରୁ ଉର୍ଦ୍ଧ ମାଓବାଦୀ ଆସି ପ୍ରଥମେ ୨ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରି ମୋବାଇଲ ଛଡ଼ାଇ ନେଲା ପରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇଥିଲେ । ଏଥିରେ ଦୁଇଟି ଜେସିବି, ଗୋଟିଏ ରାଲର ଓ ଗୋଟିଏ ମିକଚେର ମେସିନ । ଘଟଣାସ୍ଥଳରେ ମାଓବାଦୀ ତିନିଟି ପୋଷ୍ଟର ଲଗାଇଛନ୍ତି। ନିୟମଗିରିକୁ ରାସ୍ତା ନିର୍ମାଣକୁ ବେଦାନ୍ତ କମ୍ପାନୀ ଖଣି ଉତଳନ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଡଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ (ଜଊ) ଦ୍ବାରା ୧୦ କୋଟି ଟଙ୍କା ଅଟକଳରେ ନିର୍ମାଣ ଚାଲିଥିବା ବେଳେ ଏହାପୂର୍ବରୁ ଦୁଇଥର ନିୟମଗିରି ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀ ଗାଡ଼ି ପୋଡିଦେଇଥିଲେ।

Comments are closed.