ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କୁଇଣ୍ଟାଲ ବିରଳ କାଉ ମାଛ

ଜଗତସିଂହପୁର : ପାରାଦୀପ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରଳ ପ୍ରଜାତିର ମାଛ ମଙ୍ଗଳବାର ପଡ଼ିଛି। ମାଛଟିର ମୁହଁ କାଉ ପରି ହୋଇଥିବାରୁ ଏହାକୁ କାଉ ମାଛ ବୋଲି କୁହାଯାଉଛି। ଏହାର ଓଜନ ପ୍ରାୟ ୨ କୁଇଣ୍ଟାଲ ହେବେ ବୋଲି ଜଣାପଡ଼ିଛି। ମାଛଟିର ଦାମ ଅଧିକ ହୋଇନଥିଲେ ମଧ୍ୟ ଏହି ବିରଳ ମାଛଟିକୁ ଦେଖିବାକୁ ଲୋକଙ୍କ ବେଶ ଭିଡ ଜମିଛି। କେରଳ ଭଳି କିଛି ରାଜ୍ୟରେ କାଉ ମାଛର ଚାହିଦା ଖୁବ ଅଧିକ ବୋଲି ସୂଚନା ମିଳିଛି।

Comments are closed.