ଗୋରୁ ବୋଝେଇ ଟ୍ରକ ଜବତ

ବାଲେଶ୍ୱର : ବାଳେଶ୍ୱର ଜିଲା କୋଚିଆକୋଇଲି ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ବୋଝେଇ ଟ୍ରକ ଜବତ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଟ୍ରକରେ ପ୍ରାୟ ୬୦ ରୁ ଅଧିକ ଗୋରୁଙ୍କୁ ଅମାନୁଷିକଭାବେ ବାନ୍ଧି ଚାଲାଣ କରାଯାଉଥିବା ବେଳେ ୨ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି। କେତେକ ଗୋରୁ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଉକ୍ତ ଟ୍ରକରେ ଗୋରୁ ଚାଲାଣ ବେଳେ କରଞ୍ଜିଆ ଗ୍ରାମର ଗ୍ରାମବାସୀ ଏହାକୁ ଅଟକାଇ ଥିଲେ। ବନ୍ଧା ହୋଇଥିବା ଗୋରୁଙ୍କୁ ଫିଟାଇବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ଟ୍ରକର ଚାଳକ ଓ ହେଲପର ଫେରାର ହୋଇ ଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ସକାଳେ ଖବର ପାଇ ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.