ପିକ୍‍ନିକ୍‍ ହେଲା କାଳ, ଝରଣାରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଛାତ୍ର

ସମ୍ବଲପୁର: ଇଞ୍ଜିନିୟରିଂ ଛାତ୍ରଙ୍କ ପାଇଁ ପିକ୍‍ନିକ୍‍ କାଳ ହୋଇଛି। ଦେବଝରଣ ଝରଣା(ୱାଟଲଫଲ)ରେ ଗାଧୋଉଥିବା ବେଳେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲାରେ ଶନିବାର ଘଟିଛି। ସୂଚନା ଯୋଗ୍ୟ, ଉକ୍ତ ୨ ଛାତ୍ର ଦେବଝରଣ ୱାଟଲଫଲରେ ଗାଧୋଇବା ବେଳେ ବୁଡ଼ି ଯାଇ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ବୁର୍ଲା ଭିସୁଟ୍‍ ର ବୋଲି ଜଣାପଡ଼ିଛି। ସେମାନଙ୍କ ପରିଚୟ ଏଯାବତ ମିଳିପାରି ନାହିଁ। ପିକ୍‍ନିକ୍‍ କରିବା ଯାଇ ଗାଧୋଇବା ସମୟରେ ବୁଡ଼ି ଯାଇ ଏଭଳି ଅଘଟଣ ଘଟିଛି।

Comments are closed.