ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ, ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ କଲେ କୋଣାର୍କରୁ ଚନ୍ଦ୍ରଭାଗା ଯାଏଁ ପ୍ରାତଃଭ୍ରମଣ

ଭୁବନେଶ୍ୱର : ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହେବା ନେଇ ଶନିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସକାଳୁ ଇକୋ ରିଟ୍ରିଟ୍‍ରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏକାଠି ହେବାସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉନ୍ନୟନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଏସପି ଠାକୁର କୋଣାର୍କରୁ ଚନ୍ଦ୍ରଭାଗା ଯାଏଁ ପ୍ରାତଃଭ୍ରମଣ କରିଛନ୍ତି। ଆଇଏଏସ ସମ୍ମିଳନୀର ଦ୍ୱିତୀୟ ଦିନର ବୈଠକ ଆଜି କୋଣାର୍କରେ ଅନୁଷ୍ଠିତ ହେଉଛି। ଏହି ସମୟରେ ଚନ୍ଦ୍ରଭାଗାକୁ ଅଧିକ ସ୍ୱଚ୍ଛ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ନେଇ ସୂଚନା ମିଳିଛି।

Comments are closed.