ସଡ଼କ ଦୁର୍ଘଟଣା; ହାଉସ ସର୍ଜନ ଛାତ୍ର ମୃତ

ବୁର୍ଲା : ସମ୍ବଲପୁରର ପାଞ୍ଚ ଗୋଛିଆ ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ବୁର୍ଲା ଭୀମସାରର ହାଉସ ସର୍ଜନ ଛାତ୍ର ଆଶିଷ କୁମାର ଅଗ୍ରୱାଲ( ୨୪) । ତାଙ୍କ ଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମରେ ବୋଲି ଜଣାପଡିଛି ।
ସୂଚନାଅନୁଯାୟୀ , ଆଜି ସକାଳୁ  ଆଶିଷ  ତାଙ୍କ ବାଇକର ସର୍ଭିସିଂ କରିବା ପାଇଁ ସମ୍ବଲପୁର ଅଇଁଠାପାଲି ସ୍ତିତ ହୋଣ୍ଡା ସୋରୁମକୁ ବାଇକରେ ଯାଉଥିଲେ । ଉକ୍ତ ସମୟରେ ପାଞ୍ଚ ଗୋଛିଆ ନିକଟରେ ସେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲେ । ଫଳରେ ସେ ପିନ୍ଧିଥିବା ହେଲମେଟ ଭାଙ୍ଗି ଯାଇ ତାଙ୍କର ମୁଣ୍ଡ ଏବଂ ମୁହଁରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତଶ୍ରାବ ହୋଇଥିଲା । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ଆଣିଥିଲେ । ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ଏହାକୁ ନେଇ ବୁର୍ଲା ଭୀମସାରର କର୍ତ୍ତୁପକ୍ଷ, ଡାକ୍ତରୀ ଛାତ୍ରଛାତ୍ରୀ , ହାଉସ ସର୍ଜନ ଏବଂ ପିଜି ଡାକ୍ତରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Comments are closed.