ଯାଜପୁରରେ ବରୁଣେଶ୍ୱର ମହୋତ୍ସବ ଆରମ୍ଭ

ଯାଜପୁର : ଯାଜପୁର ବିଞ୍ଝାରପୁର ଅରେଇରେ ୨୦୨୦ ବରୁଣେଶ୍ୱର ମହୋତ୍ସବ ଆରମ୍ଭ ହୋଇଛି । ରାଜ୍ୟ କୃଷି ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ, ବ୍ଲକ ଅଧକ୍ଷ ନନ୍ଦ କିଶୋର ସାମଲ ପ୍ରମୁଖ ଯୋଗ ଦେଇଲେ। ଏହି ମହୋତ୍ସବ ମାଧ୍ୟମରେ ନିଜ ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣିବାର ସୁଯୋଗ ସୃଷ୍ଟି ହେଉଛି ।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ବାବା ବରୁଣେଶ୍ୱରଙ୍କ ପୀଠରେ ମେଳା ଆରମ୍ଭ ହୋଇଛି । ଯେଉଁଥିରେ ସ୍ୱୟଂସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ନିଜର ବିପଣି ଖୋଲିଛନ୍ତି । ମହୋତ୍ସବ ଅବସରରେ ବ୍ଲକର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରୁଣେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ପ୍ରସ୍ତୁତ ଏକ ମୁଖପତ୍ର ବରୁଣ ମଧ୍ୟ ଉନ୍ମୋଚିତ ହୋଇଥିଲା । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

Comments are closed.