ରବି ଋତୁରେ ହେବ ପିଆଜ, ଆଳୁ ଚାଷ

ଉଦ୍ୟାନକୃଷି ବିଭାଗ ପକ୍ଷରୁ ରାଜ୍ୟ ଯୋଜନାରେ ପିଆଜ ପାଇଁ ୧କୋଟି ୫୦ଲକ୍ଷ ଏବଂ ଆଳୁ ପାଇଁ ୮୭ ଲକ୍ଷ ମଞ୍ଜୁର

ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଥିବା ଆଳୁ ଓ ପିଆଜର ସଙ୍କଟକୁ ମେଣ୍ଟାଇବା ପାଇଁ ସରକାର ରବି ରତୁରେ ଏହି ଚାଷ ଉପରେ ଗୁରୁତ୍ବ ଦେଇଛନ୍ତି। ଚଳିତବର୍ଷ ଅଧିକ ପରିମାଣରେ ଆଳୁ ଓ ପିଆଜ ଚାଷ ପାଇଁ ଉଦ୍ୟାନକୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚଳିତ ରବି ଋତୁରେ ଉଦ୍ୟାନକୃଷି ବିଭାଗ ପକ୍ଷରୁ ରାଜ୍ୟ ଯୋଜନାରେ ପିଆଜ ପାଇଁ ୧କୋଟି ୫୦ଲକ୍ଷ ୮୦୦୩ ଟଙ୍କା ଏବଂ ଆଳୁ ପାଇଁ ୮୭ଲକ୍ଷ ୬୦୦୩ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ଯୋଜନାରେ ରବି ଋତୁ ପାଇଁ ୨୩୧୮.୨ ହେକ୍ଟର ଜମିରେ ପିଆଜ ଏବଂ ୫୮୪.୦୨ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ସମସ୍ତ ଉଦ୍ୟାନକୃଷି ନିର୍ଦେଶକ ଏବଂ ସହକାରୀ ଉଦ୍ୟାନକୃଷି ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୮-୧୯ରେ ପିଆଜ ଚାଷ ପାଇଁ ୨କୋଟି ଏବଂ ଆଳୁ ପାଇଁ ୨କୋଟି ୧୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା।

Comments are closed.